ମାଡି ଆସୁଛି ସୁପର ଟାଇଫୁନ୍…

ମାଡ଼ିଆସୁଛି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼। ଅଶାନ୍ତ ହେଲାଣି ସମୁଦ୍ର। ୨୮୦ କିମି ବେଗରେ ବହୁଛି ପବନ। ୧୯୯୯ ମହାବାତ୍ୟାଠୁ ବି ଭୟଙ୍କର। ସୁପର ଟାଇଫୁନ୍ ‘ଡଲଫିନ୍’ର ଭୟଙ୍କର ରୂପ ଦେଖିବେ ୩ ଦେଶ। ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଇ ସୁପର ଟାଇଫୁନରେ ପରିଣତ ହୋଇଛି ‘ଡଲଫିନ୍’। ଏହି ଝଡ଼ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ଟାଇଫୁନ୍ ହେବାକୁ ଯାଉଛି ବୋଲି ଆକଳନ କରିଛନ୍ତି ବିଶ୍ୱ ପାଣିପାଗ ବିଜ୍ଞାନୀ।ଆଗାମୀ ୪ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ରହିବ ଡଲଫିନ୍। ଏହାର ଲ୍ୟାଣ୍ଡଫଲ କେଉଁଠି କରିବ, ତାହା ବି ବିଭିନ୍ନ ଆକଳନ କରାଯାଇଛି। ଡଲଫିନ ପରବର୍ତ୍ତୀ ଗତିପଥକୁ ଅନିଶ୍ଚିତତା ଲାଗି ରହିଛି । ଜାପାନ, ଦକ୍ଷିଣ କୋରିଆ କିମ୍ବା ପୂର୍ବ ଚୀନରେ ଏହା ସ୍ଥଳଭାଗ ଛୁଇଁ ପ୍ରଳୟ ରଚିପାରେ।

ସୁପର ଟାଇଫୁନ୍ ଟୋକିଓରୁ ୨,୮୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା କିଛି ସମୟ ପାଇଁ କାଟାଗୋରି-୫ରେ ଥିଲା। ଏବେ ଏହା କାଟାଗୋରୀ-୪ରେ ରହିଛି। ଚୀନ୍ ପାଣିପାଗ ବିଭାଗ ଅନୁଯାୟୀ, ଏହା ଚଳିତ ବର୍ଷର ସବୁଠାରୁ ଭୟଙ୍କର ଟାଇଫୁନ୍ ହୋଇପାରେ। ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। AI ମଡେଲଗୁଡ଼ିକର ପୂର୍ବାନୁମାନ ଅନୁଯାୟୀ, ଏହା ପୂର୍ବ ଚୀନ୍ର ହାଙ୍ଗଝୌ ବେ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ। ଆଗାମୀ ୩ ଦିନ ମଧ୍ୟରେ ଚୀନ୍ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ। ଜାପାନ, କୋରିଆନ୍ ଉପଦ୍ୱୀପ କିମ୍ବା ପୂର୍ବ ଚୀନ ଆଡକୁ ନେଇପାରେ।

ସବୁଠୁ ବଡ଼ କଥା ହେଲା ଶୁକ୍ରବାର ସକାଳେ ଟାଇଫୁନ କିଛି ସମୟ ପାଇଁ ଦୁର୍ବଳ ହୋଇଗଲା ଏବଂ ଏବେ ପୁଣି ଶକ୍ତିଶାଳୀ ହେବାରେ ଲାଗିଛି। ଚୀନ୍ ପାଣିପାଗ ପ୍ଲାଟଫର୍ମ ୱେଦର ଚାଇନା ଅନୁସାରେ, ଯଦି ଡଲଫିନ୍ ତୀବ୍ରତର ହେବାକୁ ଲାଗି ରହେ, ତେବେ ଏହା ଚଳିତ ବର୍ଷ ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସବୁଠାରୁ ଶକ୍ତିଶାଳୀ ଟାଇଫୁନ୍ ହୋଇପାରେ।

Related Articles

Back to top button